DreamPirates > Lyrics > Hela Ki Prema Lyrics

Hela Ki Prema Lyrics

Author: DreamPirates | Last Updated : 2023-09-12 17:14:53

Hela Ki Prema Lyrics

Hela Ki Prema Lyrics
Film/Album :
Language : NA
Lyrics by : Arun Mantri
Singer : Humane Sagar, Aseema Panda
Composer : Asad Nizam
Publish Date : 2023-09-12 17:14:53


Song Lyrics :

ଚାଲୁନି ଆଜି ମୁଁ ଚାଲେ ବାଟ

ଦୁନିଆଁ ଲାଗୁଛି ମୋତେ ଛୋଟ

ଖୋଲିନି ଆଜି ମୁଁ ମୋର ଓଠ

କିଏ ସେ କେଜାଣି ଗାଏ ଗୀତ?

ଆକାଶଟା ମାଟି ସାଥେ ମିଶେ ଯଉଠି

ମନ ମୋର ହଜିଗଲା ସେଇଠି

ସପନକୁ ଆଖି ବସି ଗଢ଼େ ଯଉଠି

ନିଦ ମୋର ହଜିଗଲା ସେଇଠି

ଏମିତି ହେଲା ମୋ ଜୀବନେ ପ୍ରଥମ

କହିଦେ, କହିଦେ, "ହେଲା କି ପ୍ରେମ?"

କହିଦେ, କହିଦେ, "ହେଲା କି ପ୍ରେମ?"

କହିଦେ, କହିଦେ, "ହେଲା କି ପ୍ରେମ?"

କହିଦେ, କହିଦେ, "ହେଲା କି ପ୍ରେମ?"

କିଏ ଦେଲା ମୋତେ ଛୁଇଁ?

ନିଜ ଭିତରେ ମୁଁ ନାହିଁ

ସବୁକିଛି ଲାଗିଲା ମୋତେ ଭଲ

ଜାଣିପାରିଲେନି କେହି ଏତେ ରଙ୍ଗ ବୋଳିହେଇ

କେତେବେଳେ ଫୁଟିଲା ଏ ଫୁଲ?

ଫଗୁଣଟା ଫୁଲ ସାଥେ ଗପେ ଯୋଉଠି

ଗପ ବସି ଲେଖିଲି ମୁଁ ସେଇଠି

ଭଅଁରଟା ଗୁଣୁଗୁଣୁ ଗାଏ ଯଉଠି

ପାଦ ମୋର ନାଚିଯାଏ ସେଇଠି

ଏମିତି ହେଲା ମୋ ଜୀବନେ ପ୍ରଥମ

କହିଦେ, କହିଦେ, "ହେଲା କି ପ୍ରେମ?"

କହିଦେ, କହିଦେ, "ହେଲା କି ପ୍ରେମ?"

କହିଦେ, କହିଦେ, "ହେଲା କି ପ୍ରେମ?"

କହିଦେ, କହିଦେ, "ହେଲା କି ପ୍ରେମ?"

ନିଜ ନାଁ ମୋର କାହିଁ

ମନେ ଆଜି ପଡୁନାହିଁ?

କେହି ଯଦି ପଚାରି ରହେ ତୁନି

ଭାବେ ସିନା ଗୋଟେ କଥା

କହେ ଆଉଗୋଟେ କଥା

କଲା ଏଇ ହୃଦୟ ବେଇମାନି

ହୃଦୟଟା ଛାତି ତଳେ ଥାଏ ଯଉଠି

ଲୁଚେଇଲି ତୋତେ ନେଇ ସେଇଠି

ଭାବନାଟା ହେଇଯାଏ ସତ ଯଉଠି

ମୋତେ ଖୋଜି ପାଇଲି ମୁଁ ସେଇଠି

ଏମିତି ହେଲା ମୋ ଜୀବନେ ପ୍ରଥମ

କହିଦେ, କହିଦେ, "ହେଲା କି ପ୍ରେମ?"

କହିଦେ, କହିଦେ, "ହେଲା କି ପ୍ରେମ?"

କହିଦେ, କହିଦେ, "ହେଲା କି ପ୍ରେମ?"

କହିଦେ, କହିଦେ, "ହେଲା କି ପ୍ରେମ?"

Tag : lyrics

Watch Youtube Video

Hela Ki Prema Lyrics

Relative Posts