Lage Prema Najar Lyrics
Film/Album : | |
Language : | NA |
Lyrics by : | Arun Mantri |
Singer : | Humane Sagar, Ananya Sritam Nanda |
Composer : | Baidyanath Dash |
Publish Date : | 2023-09-12 17:21:42 |
ହୁଁ-ହୁଁ-ହୁଁ-ହୁଁ-ହୁଁ
ତୁ ଏମିତି ବନ୍ଦୀ କଲୁ ତୋ ହୃଦୟରେ
ଫେରିବାର ବାଟ ନାହିଁ ଆଉ
ତୁ ଏମିତି ଛନ୍ଦି ଦେଲୁ ତୋ ଭାଗ୍ୟ ରେଖାରେ
ମୁଁ କିଏ ମନେ ନାହିଁ ଆଉ
ଇସାରାରେ ତୋର, ହେଲି ମୁଁ ପାଗଳ
ଇସାରାରେ ତୋର, ହେଲି ମୁଁ ପାଗଳ
କରିନେଲୁ ଯେବେ ନିଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ଲାଗେ ପ୍ରେମ ନଜର
ହୋ-ହୋ-ହୋ-ହୋ-ହୋ
ଭଲ ଠାରୁ ତୁ ବେଶି ଭଲ ବୋଲି
ଭଲ ତୋତେ ପାଇଲି ମୁଁ
ଅନୁମତି ନନେଇ ତୋ'ଠାରୁ
ତୋ ମନରେ ରହିଲି ମୁଁ
ହୋ, ଭଲ ଠାରୁ ତୁ ବେଶି ଭଲ ବୋଲି
ଭଲ ତୋତେ ପାଇଲି ମୁଁ
ଅନୁମତି ନନେଇ ତୋ'ଠାରୁ
ତୋ ମନରେ ରହିଲି ମୁଁ
ମନ ତୋର ଯେବେ, ଡାକେ ମୋ ମନକୁ
ମନ ତୋର ଯେବେ, ଡାକେ ମୋ ମନକୁ
ତୋ ପାଖରେ ହୁଏ ହାଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ହୋ, ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ଲାଗେ ପ୍ରେମ ନଜର
ବାଟବଣା ଥିଲି ମୁଁ କାଲି ଯାଏଁ
ହେଲୁ ମୋର ଠିକଣା ତୁ
ଅଧିକାର ମୋ ଠାରୁ ମୋ ଉପରେ
ତୋର ବେଶି ଜାଣୁନା ତୁ
ହୁଁ, ବାଟବଣା ଥିଲି ମୁଁ କାଲି ଯାଏଁ
ହେଲୁ ମୋର ଠିକଣା ତୁ
ଅଧିକାର ମୋ ଠାରୁ ମୋ ଉପରେ
ତୋର ବେଶି ଜାଣୁନା ତୁ
ଏମିତି ଅଧିକ ଦେଲୁ ଅଧିକାର
ଏମିତି ଅଧିକ ଦେଲୁ ଅଧିକାର
ହେଲିନି ମୁଁ ଆଉ କାହାର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ତୋର ସବୁ ନଜର ମୋତେ, ଲାଗେ ପ୍ରେମ ନଜର
ଲାଗେ ପ୍ରେମ ନଜର