DreamPirates > Lyrics > Sata Meghara Odhani Lyrics

Sata Meghara Odhani Lyrics

Submitted By : DreamPirates | Last Updated : 2023-09-15 13:42:10

Sata Meghara Odhani Lyrics

Film/Album :
Language : NA
Lyrics by : Dillip Padhi & Pramo
Singer : Humane Sager & Aseema Panda
Composer : -Pradyumna & Ranjan
Publish Date : 2023-09-15 13:42:10

Sata Meghara Odhani Lyrics


Song Lyrics :

ସାତ ମେଘର ଓଢ଼ଣୀ ଟାଣି ପ୍ରିୟା ଆସୁଛି
ମୋ ପ୍ରିୟା ଆସୁଛି
ସାତ ଆକାଶ ପୁନେଇ ଜହ୍ନ ପରି ଦିଶୁଛି
ମୋ ପ୍ରିୟା ହସୁଛି
ଅଳସି ଆଖିରେ ତାର ନିଦ ନାହିଁ
ସପନ ଦେଖୁଛି ନିତି ସେ ମୋ ପାଇଁ
ଅଳସି ଆଖିରେ ତାର ନିଦ ନାହିଁ
ସପନ ଦେଖୁଛି ନିତି ସେ ମୋ ପାଇଁ
ତା ଆସିବା ବାଟକୁ ମୁଁ ଚାହିଁ ବସିଛି
ସାତ ମେଘର ଓଢଣି ଟାଣି ପ୍ରିୟା ଆସୁଛି
ମୋ ପ୍ରିୟା ଆସୁଛି
ସାତ ଜନମର ସାଥି ହେବାପାଇଁ କଥା ଦେଇଛି
ସାତ ଫଗୁଣର ରଙ୍ଗ ନେଇ ଆଜି
ପ୍ରିୟା ମୋର ବଧୂ ସାଜିଛି
ସାତ ଜନମର ସାଥି ହେବାପାଇଁ କଥା ଦେଇଛି
ସାତ ଫଗୁଣର ରଙ୍ଗ ନେଇ ଆଜି
ପ୍ରିୟା ମୋର ବଧୂ ସାଜିଛି
ଗୋଲାପୀ ଓଠରୁ ତାର ଝରେ ହସ
ରଜନୀ ଗନ୍ଧା ଫୁଲରେ ବାନ୍ଧେ କେଶ
ଗୋଲାପୀ ଓଠରୁ ତାର ଝରେ ହସ
ରଜନୀ ଗନ୍ଧା ଫୁଲରେ ବାନ୍ଧେ କେଶ
ସୁନା ସବାରୀରେ ପ୍ରିୟା ଲୁଚି ବସିଛି
ସାତ ମେଘର ଓଢ଼ଣୀ ଟାଣି ପ୍ରିୟା ଆସୁଛି
ମୋ ପ୍ରିୟା ଆସୁଛି
ସାତ ସାଗରର ମୋତି ଭଳି ସିଏ ଝଲସୁ ଅଛି
ନୀଳ ନୀଳ ଆଖି ଦିଶୁଛି ସୁନ୍ଦର
ମୋତେ ଆଖିଠାରି ଡାକୁଛି
ସାତ ସାଗରର ମୋତି ଭଳି ସିଏ ଝଲସୁ ଅଛି
ନୀଳ ନୀଳ ଆଖି ଦିଶୁଛି ସୁନ୍ଦର
ମୋତେ ଆଖିଠାରି ଡାକୁଛି
ମଥା ଛୁଇଁ କଥା ସିଏ ଦେଇଛି
ହୃଦୟ କୁ ସେ ମୋ କିଣି ନେଇଛି
ମଥା ଛୁଇଁ କଥା ସିଏ ଦେଇଛି
ହୃଦୟ କୁ ସେ ମୋ କିଣି ନେଇଛି
ଫୁଲର ସେଜ ବିଛେଇ ଛାହିଁ ରହିଛି
ସାତ ମେଘର ଓଢ଼ଣୀ ଟାଣି ପ୍ରିୟା ଆସୁଛି
ମୋ ପ୍ରିୟା ଆସୁଛି
ସାତ ଆକାଶ ପୁନେଇ ଜହ୍ନ ପରି ଦିଶୁଛି
ମୋ ପ୍ରିୟା ହସୁଛି
ଅଳସି ଆଖିରେ ତାର ନିଦ ନାହିଁ
ସପନ ଦେଖୁଛି ନିତି ସେ ମୋ ପାଇଁ
ଅଳସି ଆଖିରେ ତାର ନିଦ ନାହିଁ
ସପନ ଦେଖୁଛି ନିତି ସେ ମୋ ପାଇଁ
ତା ଆସିବା ବାଟକୁ ମୁଁ ଚାହିଁ ବସିଛି
ମୋ ପ୍ରିୟା ଆସୁଛି
ମୋ ପ୍ରିୟା ହସୁଛି

Tag : lyrics

Relative Posts