DreamPirates > Lyrics > Bhasijiba Khushi Tora.. Lyrics

Bhasijiba Khushi Tora.. Lyrics

Submitted By : DreamPirates | Last Updated : 2023-09-15 13:16:58

Bhasijiba Khushi Tora.. Lyrics

Film/Album :
Language : NA
Lyrics by : Mrutyunjaya Mishra
Singer : Humane Sagar
Composer : Sushil Dalai
Publish Date : 2023-09-15 13:16:58

 Bhasijiba Khushi Tora.. Lyrics


Song Lyrics :

କାଚର ଟୁକୁଡ଼ା ଯୋଡ଼ିହୁଏ ସତ
ଭଙ୍ଗା ହୃଦୟ ତ ଯୋଡ଼ି ହୁଏନା
ଯଦି ଯୋଡ଼ାଯାଏ ଭଙ୍ଗା ହୃଦୟକୁ
ରହିଯାଏ ଦାଗ, ଆଉ ଲିଭେନା
ପାଇବୁନି କେବେବି ମୋ ପରି ସାଥି
ମୋତେ ଧୋକା ଦେଲୁ ତୋତେ ନମିଳୁ ଖୁସି
ପାଇବୁନି କେବେବି ମୋ ପରି ସାଥି
ମୋତେ ଧୋକା ଦେଲୁ ତୋତେ ନମିଳୁ ଖୁସି
ଭାଙ୍ଗିଦେଇ ତୁ ମୋର ହୃଦୟ
ମୋ ଜୀବନୁ ନେଲୁ ତୁ ବିଦାୟ
ଭାଙ୍ଗିଦେଇ ତୁ ମୋର ହୃଦୟ
ମୋ ଜୀବନୁ ନେଲୁ ତୁ ବିଦାୟ
ପ୍ରେମ ଯଦି କଲୁ ଇତି
ଫେରେଇଦେ ମୋର ସ୍ମୃତି
ଭୁଲିଯିବି ତୋତେ ଖୁସିରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ତୋ ଜୀବନେ କେବେ ନଆସୁ ଫଗୁଣ
ସବୁ ଋତୁ ହେଉ ତୋ'ପାଇଁ ଶ୍ରାବଣ
ତୋ ଜୀବନେ କେବେ ନଆସୁ ଫଗୁଣ
ସବୁ ଋତୁ ହେଉ ତୋ'ପାଇଁ ଶ୍ରାବଣ
ଜହ୍ନ ବିନା ରାତିଟି ଯେମିତି
ତୋ ଜୀବନ କଟିବ ସେମିତି
ଜହ୍ନ ବିନା ରାତିଟି ଯେମିତି
ତୋ ଜୀବନ କଟିବ ସେମିତି
ନିଦ ତୋର ଯିବ ଭାଙ୍ଗି
ଥରି ଉଠିବ ତୋ ଛାତି
ସ୍ବପ୍ନ ରହିଯିବ ଅଧାରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଫୁଲ ହେଇଥା ତୁ ସେଇ ବଗିଚାର
ଯେଉଁ ବଗିଚାକୁ ଆସେନି ଭଅଁର
ଫୁଲ ହେଇଥା ତୁ ସେଇ ବଗିଚାର
ଯେଉଁ ବଗିଚାକୁ ଆସେନି ଭଅଁର
ମହୁମାଛି ବିହୁନେ ଫୁଲଟି
ରହିଥିବ ବିରହେ ଏକାକି
ମହୁମାଛି ବିହୁନେ ଫୁଲଟି
ରହିଥିବ ବିରହେ ଏକାକି
ମନ ତୋର ତରସିବ
ପ୍ରେମ-ସୁଧା ବରଷିବ
ପୁଣି ଥରେ ମୋ ପାଇଁ ରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ
ଭାସିଯିବ ଖୁସି ତୋର ମୋ ଲୁହରେ

Tag : lyrics

Relative Posts