Re Samaya Lyrics
Film/Album : | |
Language : | NA |
Lyrics by : | Rakesh Dash |
Singer : | Humane Sagar |
Composer : | Somesh satpathy |
Publish Date : | 2023-09-19 03:29:49 |
Lyrics
ତାକୁ ଲୁହବି ନିଅଣ୍ଟ ହଉ
ମୋ ପାଖରୁ ଉଦ୍ଧାର ନଉ
ମୋ ଲୁହର ଶୁଦ୍ଧ ବିନ୍ଦୁ ତା ଆଖିରେ ଅମର ହେଉ
ମନ ଆଜି ମୋ କାନ୍ଦେ ବିଚରା, ତୋ ପ୍ରେମ ପାରୁନି ସେ ଭୁଲି
ବାଟ ଘାଟରେ ଚାଲିଗଲେ ମୁଁ, ତୋ ସ୍ମୃତି ଦଉଚି ରେ ଜାଳି
କାହିଁକି ସମୟ, ହେଉ ନିରିଦୟ?
ମୋ ହାତରୁ ଖସିଯାଉ ଚୋରାବାଲିଟେ ପରି
ରେ ସମୟ, ରେ ହୃଦୟ
ଯା' ତାକୁ ଭୁଲି ଯିଏ ଦେଇଛି ବିଦାୟ
ରେ ସମୟ, ରେ ହୃଦୟ
ଯା' ତାକୁ ଭୁଲି ଯିଏ ଦେଇଛି ବିଦାୟ
ମନ ଥିଲା ମୋର ବାଁଆରା ପକ୍ଷୀ, ତୁ ଆସି ନେଲୁ ଡ଼ାକି
ଚାଲୁ ଚାଲୁ ପୁଣି ଅଧା ବାଟରେ, ହାତ ଛାଡ଼ି ଦେଲୁ ଠକି
କାହିଁକି ଜୀବନ, ଖେଳୁ ଛକି-ଶୂନ?
ପ୍ରେମ ବୋଧେ ଲେଖାଥିଲା ଏତିକି ଭାଗ୍ୟରେ
ରେ ସମୟ, ରେ ହୃଦୟ
ଯା' ତାକୁ ଭୁଲି ଯିଏ ଦେଇଛି ବିଦାୟ
ରେ ସମୟ, ରେ ହୃଦୟ
ଯା' ତାକୁ ଭୁଲି ଯିଏ ଦେଇଛି ବିଦାୟ
ଯଉ ଆଖି ତତେ ଭରଷା କଲା, ସେ ଆଖିରେ ସ୍ବପ୍ନ ଭରି
ଜିଇଁବାକୁ କଥା ଦେଇକି ମୋତେ, ଆକାରଣେ ଦେଲୁ ମାରି
ଆଜି ଏ ପୃଥିବୀ, ଲାଗେ ରେ ବିଧବା
ଜଳିଗଲା ପ୍ରେମ-ଚିତା ସ୍ମୃତିର ଜୁଇରେ
ରେ ସମୟ, ରେ ହୃଦୟ
ଯା' ତାକୁ ଭୁଲି ଯିଏ ଦେଇଛି ବିଦାୟ
ରେ ସମୟ, ରେ ହୃଦୟ
ଯା' ତାକୁ ଭୁଲି ଯିଏ ଦେଇଛି ବିଦାୟ