DreamPirates > Lyrics > Prema Chaiti Lyrics

Prema Chaiti Lyrics

Submitted By : DreamPirates | Last Updated : 2023-09-12 16:45:49

Prema Chaiti Lyrics

Film/Album :
Language : NA
Lyrics by : Puspak Parida
Singer : Humane Sagar & Aseema Panda
Composer : Matruprasad Rath
Publish Date : 2023-09-12 16:45:49

 Prema Chaiti Lyrics


Song Lyrics :

?Prema Chaiti?

M - ପ୍ରେମ ଚଇତି ଚିପୁଡେ ଛାତି

ଯେବେ ଯେବେ ଦେଖା ଦଉ ଚଲା ବାଟରେ

F - ପହିଲି ପ୍ରୀତି ଲାଗେ କେମିତି

ବୁଝେଇ ତୁ ଦେଇ ଗଲୁ ଗୋଟେ ଭେଟରେ

M - Oo... ପ୍ରେମ ଚଇତି ଚିପୁଡେ ଛାତି

ଯେବେ ଯେବେ ଦେଖା ଦଉ ଚଲା ବାଟରେ......

F - ପହିଲି ପ୍ରୀତି ଲାଗେ କେମିତି

ବୁଝେଇ ତୁ ଦେଇ ଗଲୁ ଗୋଟେ ଭେଟରେ...

M - ଦୁନିଆ କୁ ସୁରାଗ ମିଳିଗଲା

ଦୁଇ ମନ ଗୋଟିଏ ଯେବେ ହେଲା.....(2)

ଓ ଓ ତୋର ମୋର ଯୋଡ଼ି ଟା ଭାରି ଚର୍ଚ୍ଚା ଧରେ........

M - ପ୍ରେମ ଚଇତି ଚିପୁଡେ ଛାତି

ଯେବେ ଯେବେ ଦେଖା ଦଉ ଚଲା ବାଟରେ....

F - ପହିଲି ପ୍ରୀତି ଲାଗେ କେମିତି

ବୁଝେଇ ତୁ ଦେଇ ଗଲୁ ଗୋଟେ ଭେଟରେ ...

Music

M - ତୁ ଆସି ମୋ ପଲକ ଛୁଇଁ

ମୋ ଆଖିରେ ସପନ ସଜେଇ ଦେଲୁ...

ତୋ ମନରେ ରହିବା ପାଇଁ

ଈଶାରା ରେ ମତେ ଡକେଇ ନେଲୁ....

F - ମୋ ମନର ଅକୁହା ଭାଷା

ହଁ କେମିତି କହରେ ବୁଝି ତୁ ନେଲୁ...

ତୋ ପ୍ରେମର ଅସଲି ନିଶା

ଏବେ ଏବେ ମତେ ଚଖେଇ ମାଇଲୁ...

M - ତୋ ପାଖରେ ହୃଦୟ ହାରିଗଲା

ଜୀବନ ଟା ଖୁସିରେ ଭରି ଗଲା...(2)

ହଁ ଦୂରେଇ ତୁ ରହୁ କାଇଁ ମିଛଟାରେ.........

M - ଓ ଓ ପ୍ରେମ ଚଇତି ଚିପୁଡେ ଛାତି

ଯେବେ ଯେବେ ଦେଖା ଦଉ ଚଲା ବାଟରେ....

F - ପହିଲି ପ୍ରୀତି ଲାଗେ କେମିତି

ବୁଝେଇ ତୁ ଦେଇ ଗଲୁ ଗୋଟେ ଭେଟରେ...

Music

F - ମୋ ଆଇନା ତୋ ସିନ୍ଦୂର

ହଁ କେବେରେ କେଜାଣି ହେବେରେ ଦେଖା...

ମୋ ଆଖିରେ ତୁ ସୁନ୍ଦର

ଲାଗେ ନାହିଁ କେହି ତୋ ପରିକା...

M - ଓ ଓ ଏ ତିଥିରେ ତୋ ହାତରେ ମୁଁ

ପିନ୍ଧେଇ ଦେବିରେ ଦି ପଟ ଶଙ୍ଖା...

ତୁ ଏମିତି ମୋହି ନେଲୁ ରେ

କରି ପାରୁନି ମୁଁ ଆଉ ଅପେକ୍ଷା.....

F - ହଁ କାନ ଯାହା ଗପରେ ଶୁଣିଥିଲା

ଆଖି ଆଜି ସତରେ ଦେଖି ନେଲା...(2)

ମୋର ତତେ ମାନି ନେଲି ମୁଁ ଧିରେ ଧିରେ.....

F - ପହିଲି ପ୍ରୀତି ଲାଗେ କେମିତି

ବୁଝେଇ ତୁ ଦେଇ ଗଲୁ ଗୋଟେ ଭେଟରେ...

M - ଓ ଓ ପ୍ରେମ ଚଇତି ଚିପୁଡେ ଛାତି

ଯେବେ ଯେବେ ଦେଖା ଦଉ ଚଲା ବାଟରେ....

Tag : lyrics

Relative Posts