DreamPirates > Lyrics > Mana Re Ae Desha Re Lyrics

Mana Re Ae Desha Re Lyrics

Submitted By : DreamPirates | Last Updated : 2023-09-14 11:36:32

Mana Re Ae Desha Re Lyrics

Film/Album :
Language : NA
Lyrics by : Puspak Parida
Singer : Humane Sagar and Aseema Panda
Composer : Asad Nizam
Publish Date : 2023-09-14 11:36:32

Mana Re Ae Desha Re Lyrics


Song Lyrics :

ରାତିର ବୟସ ବଢ଼ିଗଲା ପରେ, ମନେ ପଡ଼ୁଛୁ ତୁ କାହିଁ
ଆଖିକୁ ନିଦଟା ଅଚିହ୍ନା ବାରେ ରେ, ଚାହିଁଲେ ବି ଶୋଇପରେ ନାହିଁ
କାଚର ମନକୁ ନେଲୁ ଧିରେଧିରେ, କେମିତି ତୁ କହ ଆପଣେଇ
ସକାଳ ଛୁଆଁରେ ତୋତେ ହିଁ ଖୋଜେ ରେ, କୁହୁଡ଼ିର ଧୂଆଁ ପାରି ହେଇ
ଯୋଉ ପର୍ବ ପାଳେ ତୋ ପାଇଁ, କୋଉ ପାଞ୍ଜିରେ ସେ ଲେଖାନହିଁ
କାଣିଚାଏ ପ୍ରେମ ତୋର, ଦୌଲତ ମୋ ପାଇଁ

ମନର ଏ ଦେଶରେ, ହୁକୁମ ତୋ ଚାଲେ ରେ
ନିଜେ ନିଜ ଇଛାରେ ପାରେନି ରହି
ମନର ଏ ଦେଶରେ, ହୁକୁମ ତୋ ଚାଲେ ରେ
ନିଜେ ନିଜ ଇଛାରେ ପାରେନି ରହି

ଗଢ଼ିଲୁ ଏମିତି ସୌଧ, ଚାରିପାଖ ଭାସେ ବଉଦ
ତୋ ଅଗମନେ ବେହାଲ ପବନ, ତୋଳୁଛି ନିଆଁରା ଚନ୍ଦ
ଛାତିରେ ତୋ ପ୍ରେମ ବାରୂଦ, ଭୁଇଁରେ ପଡ଼ୁନି ମୋ ପାଦ
ମୁଁ ଉଡ଼େ ବୋଲି ଫଗୁଣ ଦୀପରେ, କୋଇଲି କରୁଛି ବାଦ
ସମ୍ଭାବନାର ଏ ଆଲୁଅକୁ, ଜାଳିଦେଲୁ କହ କେମିତି ତୁ
ଚାଲିଲେ ତୁ ମୋ ସାଥିରେ, ଥକିବାର ଭୟ ନାହିଁ

ମନର ଏ ଦେଶରେ, ହୁକୁମ ତୋ ଚାଲେ ରେ
ନିଜେ ନିଜ ଇଛାରେ ପାରେନି ରହି
ମନର ଏ ଦେଶରେ, ହୁକୁମ ତୋ ଚାଲେ ରେ
ନିଜେ ନିଜ ଇଛାରେ ପାରେନି ରହି

ଧିମେଇ ଯାଇଛି ମୋ ଗତି, ତୋତେ ପଲକରେ ସାଇତି
ତୋ ଖୁସିରେ ମୁଁ ଖୁସି ହେଲା ପରେ, ମିଳେ ରେ ଆହା କି ଶାନ୍ତି
ହୋ, ତୋ ପାଇଁ ମନରେ ଆବେଗ, ମିଠା ଲାଗେ ଏଇ ସଂଯୋଗ
ତୁ ମୋତେ ଟିକେ ଛୁଇଁଛୁ କି ନାହିଁ, ବଦଳିଗଲା ପାଗ
ଗୁଣୁଗୁଣୁ ହେଇ ଓଠ ଗାଇ, ତୋ ନାଁ ନେଇ ଗୀତଟିଏ
ତୋ ବିନା ଆଉ କେହି ଆସିବାର ବୋଧେ ନାହିଁ

ମନର ଏ ଦେଶରେ, ହୁକୁମ ତୋ ଚାଲେ ରେ
ନିଜେ ନିଜ ଇଛାରେ ପାରେନି ରହି
ମନର ଏ ଦେଶରେ, ହୁକୁମ ତୋ ଚାଲେ ରେ
ନିଜେ ନିଜ ଇଛାରେ ପାରେନି ରହି

Tag : lyrics

Relative Posts